News
lipub
samparksetu

ଶୋଚନୀୟ ଅଵସ୍ଥାରେ ବଣିଆପଡ଼ା ଗାଁ ରାସ୍ତା

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଣିଆପଡ଼ା ଗାଁ କୁ ଯାଇଥିବା ରେଲୱେ ଅଣ୍ଡର ପାସ ରାସ୍ତା ଶୋଚନୀୟ ଅବସ୍ଥାରେ ପରିଣତ ହୋଇଛି ।ଏହା ଗାଁ କୁ ଯିବାକୁ ମୁଖ୍ୟ ରାସ୍ତା ହୋଇଥିବା ବେଳେ , ନିକଟସ୍ଥ ବାଲିଘାଟକୁ ସେହି ରାସ୍ତା ଦେଇ ଦୈନିକ ଶତାଧିକ ଥର ବାଲିବୋଝେଇ ହାଇୱା ଯିବା ଆସିବା କରୁଛି ।

ଏବେ କାଳବୈଶାଖୀ ବର୍ଷା ହେବା ଫଳରେ ଉଚା ସ୍ଥାନରୁ ବୋହି ଆସିଥିବା ବର୍ଷା ପାଣି ଓ କାଦୁଅ ରେଲୱେ ଅଣ୍ଡରପାସ ରେ ଜମି ରହିଛି ଏବଂ ଶତାଧିକ ଥର ଭାରିଯାନ ଯିବାଆସିବା କରିବା ଫଳରେ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ଏହି ରାସ୍ତାଦେଇ ବଣିଆପଡ଼ା ଗ୍ରାମବାସୀ ଯିବାଆସିବା କରିବା କଷ୍ଟକର ହୋଇପଡିଛି । ଚାରିଚକିଆ ଗାଡିକୁ ଛାଡିଦେଲେ ଦୁଇଚକିଆ ଗାଡି ତ ଦୂରର କଥା ପାଦରେ ଚାଲିଯିବା ପାଇଁ କାଦୁଅ ଓ ଗାତ ମଧ୍ୟଦେଇ ଯିବାକୁ ପଡୁଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!