ମାଗୋ ମା ବାଉତି
ଘେନ ମୋ ପ୍ରଣତି
କୃପାମୟୀ ଆଦିଶକ୍ତି !
କୁନୁଆଁ ଗ୍ରାମରେ ପାହାଡ କୋଳରେ
ଖ୍ୟାତ ତୋର ଯଶକୀରତି !
ଭକ୍ତ ଛୁଟିଆସେ ଦୁରଦିଗନ୍ତରୁ
ଲିପସା ସାର୍ନିଧ୍ୟ ଶକତି !
ମନେ ଦୟାବହି ଘଣ୍ଟ ତୁ ଘୋଡାଇ
ରଖୁ ସୁକିଆ ବାଉତି !!
ହେ ମାଗୌରୀ ଦେବୀ ମାହେଶ୍ୱରୀ
ମହାମାୟୀ ଦଶଭୂଜା !
ଅଶ୍ୱିନ ମାସରେ ମୂଳା ଅଷ୍ଟମୀରେ
ପୀଠେ ପାଉ ମହାପୂଜା !!
ଘଣ୍ଟ ହୁଳହୁଳି ଓଁକାର ଧ୍ୱନିରେ
ବିରାଜୁତୁ ଜଗଦମ୍ବା !
ମନ୍ଦାର ହାରରେ ଝିନବସନରେ
ବେଶତୋରାମନଲୋଭା !!
ଭକତେ ପାଳନ୍ତି ଶ୍ରଦ୍ଧାରେ ତୋହର
ନବରାତ୍ର ଆଡମ୍ବରେ !
ଭକ୍ତ ବତ୍ସାଳାତୁ ନବଦୁର୍ଗା ରୂପେ
ଦେଉ ଦର୍ଶନ ଗମ୍ଭୀରେ !!
ଶୈଳପୁତ୍ରୀ ବେଶ ପ୍ରଥମଦିବସେ
ପୂଜାପାଉ କାଦମ୍ବରୀ !
ଦ୍ୱିତୀୟ ଦିବସେ ବ୍ରହ୍ମହଚାରିଣୀତୁ
ମଝିଘରିଆଣି ଈଶ୍ୱରୀ !!
ତୃତୀୟ ଦିବସେ ଚନ୍ଦ୍ରଘଣ୍ଟା ରୂପ
କୁସ୍ମାଣ୍ଡା ରୂପ ଚତୁର୍ଥେ !
ପଞ୍ଚମ ଦିବସେ ସ୍କନ୍ଦମାତା ତୁ ଯେ
ଷଷ୍ଠେ କାତ୍ୟାୟନୀ ମର୍ତ୍ତ୍ୟେ !!
ସପ୍ତେ କାଳରାତ୍ରୀ ଅଯୋନି ଶମ୍ଭୁତା
ମହାବିକଟାଳ ରୂପ !
ଅଷ୍ଟମ ଦିବସେ ମହାଗୌରୀ ମାଗୋ
ନବମେତୁ ସିଦ୍ଧିଦାତ୍ରୀ !!
ଶିବାନୀ ସାରଳା ହୈମବନ୍ତ ସୂତା
ସିଦ୍ଧିଦିଅ ଶୈଳପୁତ୍ରୀ
✍🏽 ସୂର୍ଯ୍ୟ ନାୟକ
