News
WhatsApp Image 2023-10-04 at 17.25.00
samparksetu

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର !

ଭାଲୁ ଆକ୍ରମଣ ରେ ଆଜି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।ବୃଦ୍ଧ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ପଶ୍ଚିମାଞ୍ଚଳ ରେଞ୍ଜ କିର୍ତ୍ତନପୂର ଗ୍ରାମର ପ୍ରହଲାଦ ପ୍ରଧାନ।ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତିୟ ଘଟଣା।ଆଜି ଭୋର ସମୟରେ ସୌଚ ପାଇିଁ ଯାଇଥିବା ବେଳେ ୩ଟି ଭାଲୁ ଅତର୍କିତ ଭାବେ ପ୍ରହଲାଦଙ୍କୁ ଆକ୍ରମଣ କରିଥିଲେ।

ଫଳରେ ପ୍ରହଲାଦଙ୍କର ଗୋଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା କାରଣରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣାପଡିଛି। ପରିବାର ଲୋକଙ୍କ ସହାୟତା ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଗୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ଗତ ୨୩ ତାରିଖ ସୋମବାର ଦିନ ମଧ୍ୟ କଇରାଟାଙ୍ଗର ଗ୍ରାମରେ ଜଣଙ୍କୁ ଭାଲୁ ମଧ୍ୟ ଆକ୍ରମଣ କରିଥିଲା।ତେବେ ଦିନକୁ ଭାଲୁ ମାନଙ୍କ ପ୍ରାଦୂର୍ଭାବ ଏହି ଅଞ୍ଚଳରେ ବଢୁଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି l

new life
You might also like
error: Content is protected !!