News
WhatsApp Image 2023-10-04 at 17.25.00
samparksetu

ଦୁଇ ମାସ ହେଲା ସୂଚନା କେନ୍ଦ୍ରରେ ତାଲା, ନାହାନ୍ତି କର୍ମଚାରୀ

୨୮ବର୍ଷ ତଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସହାୟତାରେ ବିଜୁବାବୁଙ୍କ ସରକାର ଅମଳରେ ଭୁବନରେ ଗତ ତା ୧୫.୦୨.୧୯୯୨ ମସିହାରେ ସ୍ଥାପନ କରାଯାଇଥିଲା ସୂଚନା କେନ୍ଦ୍ର ଓ ପାଠାଗାର । ଦୀର୍ଘ ଦିନ ହେଲା ବହୁ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ବେଳେ ସରକାରଙ୍କ ଉଦାସୀନତା କାରଣରୁ ଏହା ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ବୋଲି ପାଠକ ଙ୍କ ମଧ୍ୟରେ ଆଲୋଚନା ହେଉଛି ।

କୋଭିନ -୧୯ ଯୋଗୁ ତିନି ମାସ ହେଲା ଏହା ତାଲା ପଡିଛି । ସରକାରଙ୍କ ସୂଚନାଓ ଲୋକ ସଂର୍ପକ ବିଭାଗ ତାଲା ଖୋଲିବା ପାଇଁ ଚିଠି କରିଥିଲେ ବି ତାହା ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁ ଖୋଲା ଯାଉନାହିଁ । ଫଳରେ ପାଠକ ଙ୍କ ମନରେ ଆସୁଛି ଏହା କଣା ସବୁଦିନ ପାଇଁ ବନ୍ଦ ହେବ କି?

ପ୍ରକାଶ ଯେ, ଦୁଇ ବଖରା ମାଟିକାନ୍ଥ ଘରକୁ ମାସକୁ ୩୫୦ ଟଙ୍କାରେ ଭଡା ନିଆଯାଇ , ତିନି ଜଣ କର୍ମଚାରୀ ନିଯୁକ୍ତ ପାଇ ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା ଏହା । ଖବର କାଗଜ ଓ ପତ୍ରିକା ପାଇଁ ମାସକୁ ୮୦୦ ଟଙ୍କା ଯୋଗାଇ ଦିଆଯାଇଥିଲା । ୨୦୦୦ ମସିହାରୁ
ବଦଳି ହୋଇଥିବା ଲାଇବ୍ରେରୀଆନ୍ ଙ୍କ ପଦବୀ ୧୮ ବର୍ଷ ପରେ ବି ଅପୂରଣୀୟ ରହିଛି । ଏକମାତ୍ର ପିଅନ୍ ଦାଶରଥି ସାହୁ ସୂଚନା କେନ୍ଦ୍ର ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କର ଅବସର ପରେ ଲକ୍ଷ୍ମୀଧର ସାହାଣୀ ନାମକ ଜଣେ ପିଅନ ଦାୟିତ୍ୱରେ ଅଛନ୍ତି । ତାଙ୍କର ବଦଳରେ ଆଉ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ହେଲେ ସୂଚନା ଲୋକସଂର୍ପକ ବିଭାଗର ଜିଲ୍ଲା ମୁଖ୍ୟଙ୍କ କାର୍ଯ୍ୟାଳୟ ରୁ ଆସିଥିବା ଚିଠିନଂ ୪୧୮ତା୨୯.୦୫.୨୦୨୦ ଅନୁଯାୟୀ ଜୁନ ୧ ତାରିଖରୁ ବିଧି ମୁତାବକ ଖୋଲାଯିବା କଥା କିନ୍ତୁ କରୋନା ଭୟରେ ଖୋଲା ଯାଉନାହିଁ । ଫଳରେ ପାଠକ ମହଲରେ ଅସନ୍ତୁଷ୍ଟ ଦେଖାଦେଇଛି । ସମସ୍ୟା ବାଦ୍ ଆଉ ଏକ ମୁଖ୍ୟ ସମସ୍ୟା ହେଲା ବିପଦ ପୂର୍ଣ୍ଣ ଗୃହ । ୫୦ ବର୍ଷ ପୂର୍ବେ ନିର୍ମାଣ କରା ଯାଇଥିବାରୁ କଢି ଓ ବରଗା ଉଇ ଲାଗି ଖସି ପଡୁଛି । ମାଟିକାନ୍ଥ ଗୋଟିଏ ପଟକୁ ଢଳି ରହିଥିବା ବେଳେ ସମୟେ ସମୟେ ମାଟିଛେଲା ଖସୁଛି ।

ଗତ ବର୍ଷା ଋତୁରେ ଏହି ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯିବାର ଆଶଙ୍କା ରହିଛି । ପାଠକ ସଂଖ୍ୟ ଦୃଷ୍ଟିରୁ ଜିଲ୍ଲାର ୧ ନମ୍ବର ସୂଚନାକେନ୍ଦ୍ର ମାନ୍ୟତା ପାଇଛି । ସୂଚନା କେନ୍ଦ୍ର ହେଉଛି ସରକାରଙ୍କ ଦର୍ପଣ ସଦୃଶ । ଦେଶ ବିଦେଶର ଖବର ଜାଣିବା ସହିତ ବିଭିନ୍ନ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଏହିଠାରେ ମିଳିଥାଏ । ଏହା ଦ୍ୱାରା ଗ୍ରାମାଚଂଳର ପାଠକ ଏବଂ ଚାକିରି ଖୋଜୁଥିବା ଯୁବକ ଯୁବତୀ ବେଶ୍ ଉପକୃତ ହେଉଛନ୍ତି । ଭୁବନ ତହସିଲଦାରଙ୍କ ନିକଟରେ ସୂଚନା କେନ୍ଦ୍ର ନାମରେ ପଟା ପ୍ରଦାନ କରାଗଲେ ସରକାର ତରଫରୁ ବିଭିନ୍ନ ଯୋଜନାରେ ସାମିଲ ହୋଇପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ଭାବରେ ସୂଚନା କେନ୍ଦ୍ର ନାମରେ ପଟା ଖଣ୍ଡେ ନହେବା ଯୋଗୁଁ ସେହି ଜାଗାରେ ସୂଚନା କେନ୍ଦ୍ରଟିଏ ଏସିଆ ମହାଦେଶର ସର୍ବ ବୃହତମ ଗ୍ରାମ ଭୁବନରେ ବିଜୁ ବାବୁଙ୍କ
ସମୟରେ ପ୍ରତିଷ୍ଠା କରାଯାଇଥିବା ସୂଚନା କେନ୍ଦ୍ରଟି ନବୀନ ବାବୁଙ୍କ/ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବନ୍ଦ ହେବାକୁ ଯାଉଥିବାରୁ ପାଠକଙ୍କ ସମେତ ବୁଦ୍ଧିଜୀବି, ଚିନ୍ତାଶୀଳ, ସଚେତନ ବ୍ୟକ୍ତିଙ୍କ
ସମେତ ଗଣମାଧ୍ୟମର ପ୍ରତିନିଧିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଭାଗୀୟ ନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଅପର ପକ୍ଷେ ପୂର୍ତ ବିଭାଗ ଡ୍ରେନ ନିର୍ମାଣ କରିବାକୁ ଯାଇ ସୂଚନା କେନ୍ଦ୍ରର ପ୍ରାଚୀର ଭାଙ୍ଗି ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି ।

new life
You might also like
error: Content is protected !!