News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ଦାବି

ଭୁବନ ଆର୍ଯ୍ୟ ସନାତନ ସଂସ୍କୃତି ର ନଈ ବା ପୋଖରୀ କୂଳରେ ଯେତେସବୁ ସଂସ୍କାର ଆଧାରିତ କାର୍ଯ୍ୟ କରାଯାଇଥାଏ । ଯେପରିକି ମୁଣ୍ଡନ କର୍ମ , କଳସ ବୁଡ଼ାଇବା , ଜଳ ଆନୟନ , ଶୁଦ୍ଧିକ୍ରିୟା ଆଦି ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ସହରରେ ପୋଖରୀର ଆବଶ୍ୟକତା ଅଛି । ଭୁବନ ରେ କେତୋଟି ପୋଖରୀ ଅସ୍ତିତ୍ୱ ହରାଇବାକୁ ଯାଉଛି । କେଉଁ ପୋଖରୀ ଭିତରେ ଲୋକେ ଅଳିଆ ଆବର୍ଜନା ପକାଉଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ, ଆଉ କାହାର ପାହାଚ ଭାଙ୍ଗରୁଜି ଗଲାଣି  । କେତେକ ପୋଖରୀରେ ଅନାବନା ଗଡ଼ ଭରପୁର ଥିବା ବେଳେ ଅନ୍ୟ କେତେକ ପୋଖରୀ ମଧ୍ୟରେ ଥିବା ଦୀପଦାଣ୍ଡି ଭାଙ୍ଗି ଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାକୁ ଚାଲି ଆସିଥିବା ପୋଖରୀଗୁଡ଼ିକ ମରାମତି ଓ ପୁନଃ ଉଦ୍ଧାର ଆବଶ୍ୟକ । କେତେକ ପୋଖରୀ ଉନ୍ନତିକରଣ କରାଯିବା ପରେ ଭଲସ୍ଥିତି ରେ ଗୋଧୋଇବା ଉପଯୋଗୀ  ହୋଇପାରୁନାହିଁ । 

ତେବେ ପ୍ରାୟ ସମସ୍ତ କ୍ରିୟା କର୍ମ ରେ ସ୍ନାନ ଓ ନୂତନ ବସ୍ତ୍ର ଧାରଣ ବିଧି ରହିଥିବା ବେଳେ ପୋଖରୀ ନିକଟ ରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!