News
WhatsApp Image 2023-10-04 at 17.25.00
samparksetu

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ,  ଢେଙ୍କାନାଳ ଦେଖାଦେଇଥିବା ରକ୍ତ ସଙ୍କଟ କୁ ଏହି ଶିବିର ଦ୍ୱାରା କିଛି ମାତ୍ରା ରେ ପୂରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ନିଜର ମତ ପ୍ରକାଶ କରିଥିଲେ ।  ଏଭଳି ଶିବିର ଆୟୋଜନ କରାଯାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଅଶୋକ କୁମାର ଦାସ ଟ୍ରଷ୍ଟ ର କର୍ମକର୍ତା ମାନଙ୍କୁ ପ୍ରଶଂସା କରିଥିଲେ ।

ଉକ୍ତ ଶିବିର ରେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଜିଲ୍ଲା ଆପତଃ କାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ରେଡକ୍ରସ ର ଉପସଭାଧକ୍ଷ ବିରଞ୍ଚି ନାରାୟଣ ପାଣି, ରୋଟାରୀଆନ ରାଜକିଶୋର ବେହେରା, ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଶିବିର କୁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ଅମରେନ୍ଦ୍ର ଖୁଣ୍ଟିଆ ଓ ସମସ୍ତ କର୍ମକର୍ତା ମାନେ  ପରିଚାଳନା କରିଥିବା ବେଳେ ଏହି ଶିବିର ରେ ସର୍ଵମୋଟ ୧୭୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଆୟୋଜକଙ୍କ ପକ୍ଷରୁ ସୂଚନା ।

new life
You might also like
error: Content is protected !!