News
lipub
samparksetu

ବୋଉ ପ୍ରଣାମ…..

ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ଲେଖୁଛି ।    ଛୋଟ ବେଳଠୁ ଆଜିଯାଏଁ ତମେ ମୋର ଯେତିକି ଅଳି ଅର୍ଦ୍ଦଳି ସହିଛ, ମତେ ଯେତେ ସ୍ନେହ ଦେଇଛ, ତା ଆଗରେ ମୁଁ ଯାହା ଲେଖିଲେ ବି କମ ହବ I  ତୁମ ଠାରୁ ଜୀବନରେ ମୁଁ ବହୁତ୍ ଜିନଷ ଶିଖିଛି । ସବୁଠାରୁ ବଡ଼ କଥା ତୁମର ଯୋଉ ଟା ମତେ ବେଶି ଆଶ୍ଚର୍ଯ୍ୟ କରେ ସେଇଟା ହେଲା ତୁମ ଧୈର୍ଯ୍ୟ I 

କିଛି କିଛି ପରିସ୍ଥିତିରେ ତୁମେ କେମିତି ସବୁ ସମ୍ଭାଳି କି ସବୁ ଜିନଷକୁ ସଜାଡି ଦିଅ ? ଆଉ ଗୋଟେ ଗୁଣ ଯୋଉଟା ମତେ ସବୁ ଠାରୁ ଅଧିକ ଆକୃଷ୍ଟ କରେ ସେଇଟା ହେଲା ତମର ସରଳତା I ତୁମେ କେବଳ ମତେ ନୂହେଁ ଆମ ଘରର ପ୍ରତ୍ୟେକଟି ପିଲାଙ୍କୁ ମା ଠୁ ବଳି ସ୍ନେହ ଦେଇଛ I ଏମିତିକି ନିଜ ଦିଅର ନଣନ୍ଦ ମାନଙ୍କୁ ତୁମେ ସବୁ ବେଳେ ମୋ ଠାରୁ ଉପରେ ରଖିଛ I ମୁଁ ତମକୁ ଛୋଟ ବେଳଠୁ ଆଜି ଯାଏ ଡାକେ ମତେ ପଢ଼େଇ ଦବା ପାଇଁ, ତୁମେ ଯାହା ବୁଝେଇଲେ ମୋର ଗୋଟେ ଥରରେ ମନେ ରୁହେ I

ମୁଁ ତମକୁ ନିଜର ସବୁ ବ୍ୟକ୍ତିଗତ କଥା କହିପାରେ I ହଁ ଏଇଟା ମଧ୍ୟ ସତ ଯେ ମୁଁ ବେଳେ ବେଳେ ତୁମ ଉପରେ ରାଗିଯାଏ, ମୁଁ ବଡ଼ ହେଲିଣି କେତେ ମତେ ଗାଳି କରୁଛ ବୋଲି, କିନ୍ତୁ ବୋଉ ଆଜି ମୁଁ ତୁମକୁ ଧନ୍ୟବାଦ ଦେବି ତୁମ ଗାଳି ,ଉଚିତ୍ ଉପଦେଶ ଯୋଗୁ୍ ମୁଁ ଆଜି ମଣିଷଟିଏ ହୋଇପାରିଛି I  ତୁମେ ସବୁବେଳେ ସୁସ୍ଥ ରୁହ ଦୀର୍ଘାୟୁ ହୁଅ… ଏହା ମୁଁ ଭାଗବାନଙ୍କ ପାଖେ ପ୍ରାର୍ଥନା କରୁଛି I

ତୁମର ପ୍ରିୟ ” ଝିଅ “
ସୁନନ୍ଦା ମିଶ୍ର
ନୂଆଶାସନ , ଢେଙ୍କାନାଳ

new life
You might also like
error: Content is protected !!