News
WhatsApp Image 2023-10-04 at 17.25.00
samparksetu

ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଙ୍କ ରଚିତ ପୁସ୍ତକ ବ୍ରାହ୍ମଣୀବୀର ବାଜି ରାଉତ ଶୁଭ ଉନ୍ମୋଚିତ ଉତ୍ସବ


ଯୁବକ ମାନେ ଦେଶ ଗଢିବାରେ ନିଜକୁ ନିୟୋଜିତ କରିପାରିବେ ଦେଶ ନିଶ୍ଚିତ ଆଗେଇବ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବ୍ରାହ୍ମଣି ନଦୀ କୁଳରେ ଅବସ୍ଥିତ ନିଳକଣ୍ଠପୁର ବାଜିରାଉତ ସ୍ମୃତି ପୀଠ ଠାରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ବାଜିରାଉତ ସ୍ମୃତି ପରିଷଦ ମିଳିତ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବା ସହ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଙ୍କ ଦ୍ୱାରା ରଚିତ ପୁସ୍ତକ ବ୍ରାହ୍ମଣୀ ବୀର ବାଜି ରାଉତ ର ଶୁଭ ଉନ୍ମୋଚନ ଉତ୍ସବ ପାଳିତ ହୋଇଯାଇଛି । ବାଜି ରାଉତ ସ୍ମୃତି ପରିଷଦ ସଭାପତି କୃଷ୍ଣଚନ୍ଦ୍ର ଆଏଚଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ନ୍ୟାୟମୂର୍ତ୍ତି ଆଦିତ୍ୟ ପ୍ରସାଦ ମହାପାତ୍ର , ଓଡିଶା ରାଜ୍ୟ ସଂସ୍ମୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ , ଜିଲ୍ଲାପାଳ ସରୋଜ କୁମାର ସେଠୀ, ସାହିତିକ ବିଜୟାନନ୍ଦ ସିଂ , ବାଜିରାଉତ ଙ୍କ ଦାୟଦ କୁଳମଣି ରାଉତ ଅତିଥି ଭାବେ ଯୋଗଦେଇଥିଲେ । କଳା ସଂସ୍ମୃତି ବିଭାଗ ରାଜ୍ୟ ଉପସଭାପତି ଅବନି ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କାରିଥିଲେ । ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!