ବ୍ରେଡ ପକୋଡା ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:
୪ ଟି ବ୍ରେଡ ସ୍ଲାଇସ
୨ କପ ବେସନ
ଲୁଣ ସ୍ୱାଦ ଅନୁସାରେ
ଅଧା ଚାମଚ ଲଙ୍କା ଗୁଣ୍ଡ
ପାଣି ଦରକାର ଅନୁଯାୟୀ
ଗୋଟେ ଆଳୁ
ଅଧା ଚାମଚ ଲୁଣ ଓ ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗୋଟେ ପରେ ଗୋଟେ ବ୍ରେଡ ସ୍ଲାଇସ ରଖନ୍ତୁ । ବ୍ରେଡର ମଝା ମଝି ସ୍ଥାନରେ ଷ୍ଟିଲର ଏକ ଗ୍ଲାସ ରଖି ଗୋଲାକାର କରି କାଟି ଦିଅନ୍ତୁ । ଅନ୍ୟ ପଟରେ ଆଳୁକୁ ଚକଟି ସ୍ଟାଫିଙ୍ଗ ପାଇଁ ସବୁ ଜିନିଷ ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଅନ୍ୟ ଏକ ପତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ଏକ ପେଷ୍ଟ ବନାନ୍ତୁ, ଏବେ ଆଳୁ ମିଶ୍ରଣରୁ ଟିକେ ଟିକେ ନେଇ ବ୍ରେଡ ସ୍ଲାଇସ ଭିତରେ ରଖି ଚାପି ଦିଅନ୍ତୁ । ଏବେ ମିଡିୟମ ଆଞ୍ଚରେ ତେଲ ଗରମ କରି ବ୍ରେଡକୁ ବେସନ ଘୋଳରେ ବୁଡାଇ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ ପକୋଡା ।