News
lipub
samparksetu

ତୈଳଦର ସହ ତାଳ ଦେଇ ବଢ଼ିଲା ବସ୍ ଭଡା

ଯାତ୍ରୀଙ୍କ ଉପରେ ଚଡକ ରାଜ୍ୟରେ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି। ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ। ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ।

ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ। ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତ‌ା ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା।

ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ହୋଇଛି। ପ୍ରଥମ ଥର ପାଇଁ ସୁପର୍‌ ପ୍ରିମିୟମ୍‌ ବସ୍‌ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି। ଏହି ବସ୍‌ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି।

new life
You might also like
error: Content is protected !!