News
WhatsApp Image 2023-10-04 at 17.25.00
samparksetu

ସ୍ୱଚ୍ଛତା ନାଁରେ ହରିଲୁଟ, ମାସମାସ ହେବ ସଫା ହେଉନି ଡ୍ରେନ

ସ୍ୱଚ୍ଛତା ନାରେ ହରିଲୁଟ ! କେବଳ କାନ୍ଥବାଡ଼ରେ ସ୍ୱଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜୁଛନ୍ତି ପୋୖରସଂସ୍ଥା। ସହରର ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସହରରେ ପୌର ସଫେଇ ଠିକା ସଂସ୍ଥା କେତେଯେ ତତତ୍ପର ତାହା ଜାଣି ପାରୁଥିବେ । ଏଭଳି ଏକ ସ୍ଥାନ ହେଉଛି ସହର ରୁ ଢେଙ୍କାନାଳ ରେଳ ଷ୍ଟେସନକୁ ଯୋଗାଯୋଗ କରିଥିବା ରାସ୍ତା, ରାସ୍ତାରେ ସୃଷ୍ଟି ହୋଇଛି ନର୍ଦମା କୁଣ୍ଡ । ଷ୍ଟେସନ ବଜାର ମୁଖ୍ୟ ରାସ୍ତାରୁ ଷ୍ଟେସନକୁ ସଂଯୋଗୀକରଣ ରାସ୍ତା ନିକଟରେ ଏପରି ନର୍ଦମା ପାଣି ଜମି ରହୁଛି । ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ ପୋତି ହୋଇ ପଡିଥିବାରୁ, ନର୍ଦମା ପାଣି ଷ୍ଟେସନ ରାସ୍ତାରେ ଜମୁଛି । ମାସ ମାସ ଧରି ପାଣି ଜମି ଉକ୍ତ ସ୍ଥାନଟି ବଡ ଗର୍ତ୍ତ ରେ ପରିଣତ ହୋଇଛି । ଗର୍ତ୍ତରେ ମଧ୍ୟ ପାଣି ଭର୍ତ୍ତି ହୋଇ ନର୍ଦମା କୁଣ୍ଡ ସୃଷ୍ଟି ହୋଇଛି, ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି ।

ଷ୍ଟେସନ ରାସ୍ତା ହୋଇଥିବାରୁ ଦିନରାତି ଯାତ୍ରୀ ଙ୍କ ଯାତାୟାତ ଚାଲିଥାଏ, ହେଲେ ରାସ୍ତା ଉପରେ ଏପରି ନର୍ଦମା ଗର୍ତ୍ତ ହୋଇଥିବାରୁ ବହୁ ସମସ୍ୟା ସୃଷ୍ଟି ହୋଇଛି । ଟ୍ରେନ ସମୟରେ ତରବରିଆ ଭାବେ ଯାତ୍ରୀ ସେହି ରାସ୍ତାରେ ଯାଉଥିବା ସମୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ” ଡ୍ରେନଟି ଦୀର୍ଘବର୍ଷ ହେବ ସଫା ହେଉନାହିଁ, ଫଳରେ ମାଟି ଜମି ପୋତା ପଡିଗଲାଣି ଖରାଦିନେ ଅବସ୍ଥା ଏମିତି ବର୍ଷା ଦିନ କଥା ନକହିବା ଭଲ ପାଣି ଉଛୁଳି ରାସ୍ତାଟି କୁତ୍ରିମ ବନ୍ୟା ଧାରଣ କରେ । ତେବେ ଏନେଇ ପୌରକର୍ମଚାରୀ ଦେଖି ମଧ୍ୟ କୌଣସି ପଦକ୍ଷେପ ନନେବା ଦୁଃଖ ବିଷୟ ।

new life
You might also like
error: Content is protected !!