News
WhatsApp Image 2023-10-04 at 17.25.00
samparksetu

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଚାଉଳିଆ ଖମାର ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ନଭେମ୍ବର ୧୪ ତାରିଖ ଶିଶୁଦିବସ ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବେଚ୍ଛାସେବୀ ସଙ୍ଗଠନ ସାମାଜିକ ସେବା ସଦନର ସମ୍ପାଦିକା ଶ୍ରୀମତୀ ଭେରୋନିକା ଡୁଙ୍ଗ୍ ଡୁଙ୍ଗ୍ ମୁଖ୍ଯ ଅତିଥି ଓ ଓଡିଶା ଶିକ୍ଷାବିକାଶ ସମିତିଙ୍କ ଢେଙ୍କାନାଳ ସହ-ଜିଲ୍ଲା ପ୍ରମୁଖ ମନମୋହନ ତ୍ରିପାଠୀ ମୁଖ୍ଯବକ୍ତା ଭାବେ ଯୋଗଦେଇ ‘ଭାରତୀୟ ସଂସ୍କୃତି ଭିତିକ ଗୁଣାତ୍ମକ ଶିକ୍ଷା ସୁସ୍ଥ ସମାଜ ଗଠନର ମୂଳ’ ବୋଲି ତାଙ୍କ ବକ୍ତବ୍ଯରେ ଅଭିହିତ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ସଜଫୁଲ’ର ଶିଶୁଦିବସ ବିଶେଷାଙ୍କ ଉନ୍ମୋଚନ ଓ ପ୍ରୋଜେକ୍ଟର ସହିତ ସ୍ମାର୍ଟକ୍ଲାସ କକ୍ଷ ଉଦ୍ଘାଟନ ହୋଇଥିଲା । ଉତ୍ସବରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ସଜଫୁଲର ତୃତୀୟ ବାର୍ଷିକ ସଙ୍କଳନ ଉନ୍ମୋଚନ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରା ଯାଇ ଥିଲା । ଏହି ଅବସରରେ ଚାଉଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବାବୁଲି ଚନ୍ଦ୍ର ରାଉତ, ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ଯା ଶ୍ରୀମତୀ ରୁନୁକୁମାରୀ ନାୟକ ଓ ସୁଶ୍ରୀ ନୟନା ବେହେରାଙ୍କୁ ସମ୍ବର୍ଦ୍ଦନା ଦିଆ ଯାଇଥିଲା । ଏତଦବ୍ୟତୀତ ଆଚାର୍ଯ୍ଯା ରୁନୁ କୁମାରୀ ନାୟକ ଓ ଛାତ୍ରୀ ପ୍ରଜ୍ଞାସ୍ମିତା ରାଉତଙ୍କୁ କୁମୁଦିନୀ ସମ୍ମାନ, ଦେବୀପ୍ରସାଦ ସାହୁ ଓ ଶିତଲ ପାଣିଙ୍କୁ ପ୍ରେମାନନ୍ଦ ସମ୍ମାନ, ସେବିକା ଶ୍ରୀମତୀ ସସ୍ମିତା ଦାସ ଓ ଷଷ୍ଠ ଶ୍ରେଣୀ ଛାତ୍ର ଲିପ୍ଯକାନ୍ତ ପୃଷ୍ଟିଙ୍କୁ ପତିତପାବନ ସେବା ସମ୍ମାନ ଏବଂ ସାଇଶ୍ରୀ ପ୍ରିୟଦର୍ଶିନୀ ବିଶ୍ବାଳ ଓ ପୃଥ୍ବୀରାଜ ସ୍ବାଇଁଙ୍କୁ ବୈକୁଣ୍ଠ ବିହାରୀ କଳା ଓ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

new life
You might also like
error: Content is protected !!