News
WhatsApp Image 2023-10-04 at 17.25.00
samparksetu

ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଅନୁଧ୍ୟାନ କରିବା ସହ ଯାତ୍ରୀଙ୍କ ଗମନାଗମନ ନିମନ୍ତେ କୌଣସି ବାଧା କିଭଳି ନ ଉପୁଜେ ଏନେଇ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ପରିଦର୍ଶନ କରିଛନ୍ତି ।

ସହରର ସୌନ୍ଦର୍ଯ୍ୟ କରଣକୁ ଗୁରୁତ୍ୱ ଦିଆଯିବା ସହ ସୁରକ୍ଷା ନିମନ୍ତେ ଜନ ଗହଳି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା, ରାସ୍ତା ପାର୍ଶ୍ଵରେ ଥିବା ଟ୍ରାନ୍ସଫରମର ସ୍ଥାନାନ୍ତର କରାଇବା, ଅନାବଶ୍ୟକ ହୋର୍ଡିଙ୍ଗ ହଟାଇବା ସହ ଗମନାଗମନ ର ସୁପରିଚାଳନା ନିମନ୍ତେ କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ପାଇଁ ପୋୖର ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ରାଜପଥ ରେ ଥିବା ଖାଲଖମାକୁ ମରାମତି କରିବା ସହ
ବିଦ୍ୟାଳୟ ସମ୍ମୁଖରେ ଆବଶ୍ୟକୀୟ ସାଇନେଜ ଲଗାଇବା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଜଗୁଆଳ ବ୍ୟବସ୍ଥା କରିବା ନେଇ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!