News
lipub
samparksetu

ଢେଙ୍କାନାଳ ରେ ଓଡିଆରେ ନାମ ଫଳକ ବାଧ୍ୟତା ମୂଳକ ,ଖିଲାପ କାରୀଙ୍କୁ ୫ ହଜାର ଟଙ୍କା ଜରିମାନା

ଢେଙ୍କାନାଳ ଜିଲ୍ଲାରେ ଥିବା ଦୋକାନ ଓ ଭାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ନାମ ଫଳକ ଓଡ଼ିଆରେ ଲଗାଇବାକୁ ନେଇ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାରେ ନାମ ଫଳକ ନଲେଖିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଓଡିଶା ଭାଷାର ଦୂରାବସ୍ଥା ସମ୍ପର୍କରେ କହିଥିଲେ । କିପରି ଓଦିଶା ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା ପରେ ମଧ୍ୟ ଅବହେଳିତ ହୋଇ ପଡ଼ି ରହିଛି । ଆଜିକାଲି ପିତାମାତା ପିଲାମାନଙ୍କୁ ଇଂରାଜୀ ଭାଷା ଶିଖାଉଥିଲେ ମଧ୍ୟ ନିଜ ମାତୃଭାଷା ଓଡିଆ ଶିଖାଇବାକୁ ଭୁଲିଗଲେଣି ଏପରିକି ପିଲାମାନେ ନିଜର ହସ୍ତାକ୍ଷର ଓଡ଼ିଆରେ ଲେଖିପାରୁ ନଥିବାର କହିଥିଲେ ।

ଏହା ସହିତ ଜିଲ୍ଲାରେ ଥିବା ଦୋକାନ ବଜାର ,ଭାଣିଜ୍ୟ ଅନୁଷ୍ଠାନ ଗୁଡିକ ମଧ୍ୟ ଓଡିଆରେ ନାମଫଳକ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ସେ କହିଥିଲେ । ଏହି ବୈଠକକୁ ଶ୍ରମ କମିଶନ ମୋନାଲିସା ନାୟକ ପରିଚାଳନା କରିଥିଲେ । ରାଜ୍ୟ ସରକାର ୨୦୧୮ ମସିହାରେ ପ୍ରକାଶିତ ରାଜ୍ୟ ସରକାରଙ୍କ ଗେଜେଟ ନୋଟିଫିକେସନ ସଂଖ୍ୟା୮୨୪/ ୧୮ଅନୁସାରେ ଓଡିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକ ନିଜର ନାମ ଫଳକ ଓଡ଼ିଆରେ ପ୍ରଦର୍ଶନ କରିବା ବାଧ୍ୟତା ମୂଳକ କରିଥିଲେ ।

ଏହାର ଖିଲାପ କଲେ ଏହି ଆଇନ ବଳରେ ଖିଲାପ କାରୀଙ୍କ ବିରୁଦ୍ଧରେ ପ୍ରଥର ୫ହଜାର ଏବଂ ଦ୍ବିତୀୟ ଥର ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବ୍ୟବସ୍ଥା ରହିଛି । ଏହି ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଜିଲ୍ଳାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ କମିଟି ଗଠନ କରାଯିବ । ଏହି କମିଟିରେ ଜିଲ୍ଲାରେ ଥିବା ପୌରପାଳିକା, ବିଜ୍ଞାପିତ ପରିଷଦର ଅଧିକାରୀ ବଜାର ସମନ୍ଵୟ ସଙ୍ଗଠନର ସଦସ୍ୟ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଆବାହକ ଭାବରେ କାର୍ଯ୍ୟ କରିବା ଏହି କମିଟି ଅତି କମରେ ପ୍ରତି ତିନି ମାସରେ ଥରେ ବୈଠକ ମାଧ୍ୟମରେ ଆଲୋଚନା କରି ସମସ୍ତ ପରିସର ଭୁକ୍ତ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ ଭାଷାରେ ନାମ ଫଳକ ପ୍ରଦର୍ଶନ କୁ କଡାକଡି ଭାବରେ ଲାଗୁ କରାଇବା ପାଇଁ
ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ।

new life
You might also like
error: Content is protected !!