ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଗ୍ରାମ କୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇ, ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।
ତେବେ ଆଜି ବିଦ୍ୟୁତ ଖୁଣ୍ଟିଟି ଠିକ୍ ଭାବେ ସଳଖ କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଢେଙ୍କାନାଳ ଅପଡେଟ୍ କୁ ପ୍ରଶଂସାର ସୁଅ ଛୁଟିଛି ।
Content © Dhenkanal update