News
lipub
samparksetu

ଭୁବନରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ, ବିଲମାଳ ରେ ଶବ ଝୁଣିଲା ବୁଲା କୁକୁର

ଉଦୁଉଦିଆ ଖରା ଚାରି ଆଡ଼ ସୁନସାନ, ବିଲ ମାଲରେ ପଡିରହିଛି ବୃଦ୍ଧା ଙ୍କ ଶବ ଏଭଳି ଦୃଶ୍ୟ ଦେଖି ଅତିଷ୍ଠ ସ୍ଥାନୀୟ ବାସିନ୍ଦା । କୁକୁର ଙ୍କୁ ଘଉଡାଇବା ସହ ତାଙ୍କ କବଳରୁ ରକ୍ଷା କରିଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ।

ସୂଚନା ଅନୁଯାୟୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ଦୁଇ ନଟାକଟା କଲୋନୀ ବାସିନ୍ଦା ଦେବକୀ ଦେଇ ବୟସ ପ୍ରାୟ ୮୦ ଜଣେ ଅତିଶୟ ଗରିବ ଶ୍ରେଣୀର ମହିଳା । ପେଟ ପୋଷିବାକୁ ଭିକ୍ଷା ବୃତି କରିଚଳନ୍ତି  କେବେ ପିପାଇଲେ ଖାଆନ୍ତି କେବେ ଅପୋଷା ଶୁଅନ୍ତି । ତେବେ ବିଭିନ୍ନ ସମୟରେ ସ୍ୱେଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଚିକିତ୍ସା ସେବା ଯୋଗଇ ଦିଆଯାଇଥାଏ ବୋଲି ଜଣାଯାଇଛି । ହେଲେ ଗତ ଚାରିଦିନ ହେଲା ବୃଦ୍ଧା ଜଣଙ୍କ ନିଖୋଜଥିବା କଥା ପଡୋଶୀ ଜଣାଇଥିଲେ ।   ତେବେ ନଟାକଟା ବିଲମାଳ ମଧ୍ୟରେ ବୃଦ୍ଧାଙ୍କ ମୃତ ଶରୀରକୁ କୁକୁର ଝୁଣି ଖାଉଥିବାର ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିଥିଲା । ପରେ  ବସ୍ତି ବାସିନ୍ଦା ବିଲମାଳକୁ ଯାଇ କୁକୁର କବଳରୁ ବୃଦ୍ଧାଙ୍କ ଶବ ଉଦ୍ଧାର କରିଥିବା ବେଳେ ସତ୍କାର କରିଥିଲେ । 

new life
You might also like
error: Content is protected !!