ଶାମଳ ଜଙ୍ଗଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତଦେହ ପାଖରେ ପଡିରହିଛି ବାଇକ୍ ।
ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେଥିବା ଶାମଳ ଜଙ୍ଗଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି ।
ମୃତ ଯୁବକ ଜଣଙ୍କ କୀର୍ତ୍ତନପୁର ଗ୍ରାମ ର ଶ୍ରୀକାନ୍ତ ଧୀର (୩୫) ବୋଲି ଜଣାପଡିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି ।
