ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଅଘଟଣ ପୋଖରୀ ରେ ବୁଡି ଜଣେ ପ୍ରାଣ ହାରିଛନ୍ତି ୭୦ ବର୍ଷୀୟ ବୃଦ୍ଧ ।
ସୂଚନା ଅନୁଯାୟୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫ ନମ୍ବର ଓ୍ବାର୍ଡର ନରୋତ୍ତମ ଗୁରୁ ( ୭୦ ) ଗତକାଲି ଧାନ ଅମଳ କରି ପୋଖରୀ କୁ ଯାଇ ଆଉ ଫେରି ନଥିଲେ ।
ବହୁ ସମୟ ଖୋଜାଖୋଜି ପରେ ପୋଖରୀ ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ସନ୍ଧ୍ୟା ସମୟରେ ପୋଖରୀ ରେ ଗୋଡ଼ଖସି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
