News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜାଙ୍ଗୁ ଗାଁ ଜଙ୍ଗଲ ରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ଜାଙ୍ଗୁ ଗାଁର ଦୁଆରୀ ସେଠି (୮୦) ଗତ କାଲି ସକାଳୁ ଘରୁ ଯାଇ ଆଉ ଫେରି ନଥିଲେ ଘର ଲୋକ ମାନେ ଖୋଜାଖୋଜି କରି ଆଜି ପାଖ ଜଙ୍ଗଲରେ ତାଙ୍କ ମୃତ ଦେହ ପଡି ଥିବା ଦେଖି ମହାବିରୋଡ଼ ପୋଲିସ କୁ ଖବର ଦେଇଥିଲେ ।

ଖବର ପାଇ ମହାବିରୋଡ଼ ଫାଣ୍ଡି ଏଏସାଇ ସେସଦେଵ ଲେଙ୍କା ଘଟଣା ସ୍ଥଳ କୁ ଯାଇ ମୃତ ଦେହ ଜବତ କରି କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ କୁ ଶବ ବ୍ୟବଛେଦ କରିବା ପାଇଁ ପଠାଇଥିଲେ । ଶବ ବ୍ୟବଛେଦ କରି ପରିବାର କୁ ସବ ହସ୍ତାନ୍ତର କରାଯାଇଥିଲା । ଏକ ଅପମୃତ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!