ଏକ ଘରୋଇ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣଙ୍କ ନାମ ଅଜିତ ମହାପାତ୍ର ହୋଇଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ନିକଟରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିଲେ ଅଜିତ । ତେବେ ଘରଠାରୁ ଦୂରରେ ରହୁଥିବାରୁ ଅଫିସ ନିକଟସ୍ଥ ଖଜୁରିଆକଟା ରେ ଏକ ଭଡା ଘରେ କିଛି ସାଥି ଙ୍କ ସହ ରହୁଥିଲେ । ଗତକାଲି ରାତିରେ ସମସ୍ତ ଖାଇକି ସୋଇବା ପରେ ଆଜି ସକାଳୁ ସିଢ଼ି ରେଲିଂ ରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେହି ଘରେ ରହୁଥିବା ତାଙ୍କ କିଛି ସାଥି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣ ରୁ ଅଜିତ ଆତ୍ମହତ୍ୟା କରିଛନ୍ତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ତାହା ହତ୍ୟା ନା ଆତ୍ମହତ୍ୟା ଏନେଇ ସନ୍ଦେହ ଉପୁଜିଥିବା ବେଳେ ପୋଲିସ ସେଦିଗରେ ତଦନ୍ତ ଆରମ୍ଭ କରିଛି ।