News
WhatsApp Image 2023-10-04 at 17.25.00
samparksetu

ସରକାରୀ ସହାୟତା ଶ୍ରୀବତ୍ସ ଙ୍କ ପାଇଁ ସାତ ସପନ

ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବା ସରକାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି କେତେ ପ୍ରତିଶ୍ରୁତି ବଦ୍ଧ ତାହା ସନ୍ଦେହ ସୃଷ୍ଟି କରୁଛି। ଭିନ୍ନକ୍ଷମ, ବୟୋଜ୍ୟେଷ୍ଠ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଘୋଷଣା ପରେ ଘୋଷଣା କରୁଥିଲେ ମଧ୍ୟ ଆଜି ବି ସେମାନେ ଦୁଃସ୍ଥ ଦୟନୀୟ ପରିସ୍ଥିତିରେ କାଳତିପାତ କରୁଛନ୍ତି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ପଞ୍ଚାୟତର ଶ୍ରୀବତ୍ସ ବେହେରା ବୟସର ଚତୁର୍ଥ ସୋପାନରେ ପହଞ୍ଚିଲାଣି ତା ଛଡା ସେ ଜଣେ ଭିନ୍ନକ୍ଷମ ମଧ୍ୟ ତଥାପି ଆଜି ପର୍ଯ୍ୟନ୍ତ ତାଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରି ନାହିଁ। ଘର ତାଙ୍କର ରୋଗିଣା ପତ୍ନୀ ସେ ବି ତାଙ୍କ ଉପରେ ନିର୍ଭର। ପତ୍ନୀ ଲତା ଜଣେ କର୍କଟ ରୋଗୀ। ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା କେତେ ଅଛୁପା ନୁହେଁ।

ଏପରି ଅସହାୟ ଦମ୍ପତ୍ତିଙ୍କ କାହାଣୀ ଖବର କାଗଜ ବା ସମ୍ବାଦପତ୍ର ପାଇଁ ଉପାଦାନ ହେଉଛି ହେଲେ ସରକାରଙ୍କ ଚିନ୍ତା ନାହିଁ। ପ୍ରଶାସନ ପକ୍ଷରୁ ଏପରି ଅସହାୟ ମାନଙ୍କୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦିଆଯିବା କଥା କିନ୍ତୁ ସେମାନଙ୍କ ଲିଖିତ ଦରଖାସ୍ତକୁ ଅପେକ୍ଷା କରି ରହୁଛି।

new life
You might also like
error: Content is protected !!