News
WhatsApp Image 2023-10-04 at 17.25.00
samparksetu

ଭରସା ତୁଟିଲା ରାସୋଳ ପୋଲିସ ଉପରେ, ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତ ମହିଳା

ଆମ ସରକାର ଆଇନି ଶୃଙ୍ଖଳ ପରିସ୍ଥିତି କୁ ସୁଦୃଢ କରିବା ନିମନ୍ତେ ଓଡିଶା ରେ ପୋଲିସ ଥାନା ମାନ ସ୍ଥାପନ କରିଛନ୍ତି l ଏମିତି କି ମୋ ସରକାର ଓ 5T ଭଳି ଯୋଜନା କୁ ପୋଲିସ ବିଭାଗ ରେ ଅନ୍ତର୍ଭୁକ୍ତ କରାଇଛନ୍ତି l କିନ୍ତୁ ତାହା ଗ୍ରlଉଣ୍ଡ ଜିରୋରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଜଣେ ମହିଳା ଙ୍କ ଅଭିଯୋଗ ରୁ ଜଣା ପଡୁଛି ।

ଅଭିଯୋଗ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ରlସୋଳ ଥାନା ଅନ୍ତର୍ଗତ ରାମପାଳ ତଳ ପାଟଣ ହରିଜନ ସାହିର ବାସିନ୍ଦା ପ୍ରମିଳା ନାୟକ l ପ୍ରମିଳା ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ସମେତ ତାଙ୍କର ତିନି ପୁଅ ତାଙ୍କୁ ପ୍ରତ୍ୟେକ ଦିନ ନିଶା ଖାଇ ମାଡ଼ ମାରିବା ସହ ଗାଳିଗୁଲଜ କରି ଖାଇବାକୁ ଗଣ୍ଡେ ଦିଅନ୍ତି ନାହଁ ଓ ବହୁ ନିର୍ଯାତନା ଦିଅନ୍ତି l ବାରମ୍ବାର ସ୍ୱାମୀ ଓ ପୁଅ ନିର୍ଯାତନା ପାଇ ପ୍ରମିଳା ନାୟକ ରାସଳ ଥାନା ରେ ଗତ ଦେଢ଼ ମାସ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସେଠାରେ ନିରାଶ ହୋଇ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଏ ବିଷୟରେ ଆମେ ଯେତେବେଳେ ରାସଳ ଥାନା IIC ବିଜୟ ହାଇବ୍ରୋ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରି ନଥିଲା।

ଆମ ସରକାର ନାରୀ ମାନଙ୍କ ର ସୁରକ୍ଷା ଓ ନିରାପତ୍ତା ପାଇଁ ଅନେକ ଆଇନି ପ୍ରଣୟନ କରିଥିଲେ ମଧ୍ୟ ଆଜି ଜଣେ ନାରୀ ସ୍ୱାମୀ ଓ ନିଜ ପୁଅ ଙ୍କ ଠାରୁ ନିର୍ଯ୍ୟାତନା ପାଇ ଯେତେବେଳେ ପୋଲିସ ବାବୁ ମାନଙ୍କୁ ନିଜର ନିର୍ଯ୍ୟାତନା ଦୁଃଖ କାହାଣୀ ଶୁଣାଇଛନ୍ତି ସେତେବେଳେ ପାଲିସ ବାବୁ ମାନେ ତାଙ୍କୁ ଉଚିତ ନ୍ୟାୟ ଦେଇ ଦୋଷୀ ମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ତାଙ୍କ କଥାକୁ ଭୃକ୍ଷେପ କରିନଥିବାର ଅଭିଯୋଗ ହୋଇଛି l

new life
You might also like
error: Content is protected !!