ଟିକା ନେଇ ଶିଶୁ ମୃତ୍ୟୁର ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ। ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଆଜି ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ଘଟିକାରେ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ,ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ।
ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା। ତାପରେ ସନ୍ଧ୍ୟା ବେଳକୁ ଉଠାଇଲା ବେଳକୁ ତାର ସ୍ବାସ୍ଥ୍ୟଅବସ୍ଥା ଗୁରତର ହେଇପଡିଥିଲା। ଆଶା ଦିଦିଙ୍କୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ତାକୁ ଏଠି ମୃତ ଘୋଷଣା କରିଛନ୍ତି।
ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି। ତେଣୁ ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର।
