News
WhatsApp Image 2023-10-04 at 17.25.00
samparksetu

ଅବସରର ୨୧ ବର୍ଷ ବିତିଲେ ମଧ୍ୟ ମିଳିନାହିଁ ପେନସନ

ଓଡାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଗତ ୨୦୦୦ ମସିହା ରୁ ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାୟକ, ନବକିଶୋର ସାହୁ ଓ ଲୋକନାଥ ସାହୁଙ୍କୁ ଏପର୍ଯ୍ୟନ୍ତ ମିଳୁନାହିଁ ସମ୍ପୂର୍ଣ୍ଣ ପେନସନ । ଏହା ମଧ୍ୟରେ ଅନେକ ଅଧିକାରୀ ଓ କିରାଣୀ ଚାଲିଯାଇଛନ୍ତି l

ପ୍ରତ୍ୟେକ ବର୍ଷ ସେ ଦରଖାସ୍ତ କରିଥିଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣନ୍ତି ନାହିଁ l ଏହି ଶିକ୍ଷକ ମାନେ ଆପ୍ ର ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କୁ ଭେଟି ସମସ୍ତ ଘଟଣା ଅବଗତ କରାଇଥିଲେ l ଆମ୍ ଆଦମୀ ପାର୍ଟି ଏହାର ତଦନ୍ତ ଦାବି ସହଦୋଷୀ ମାନଂକୁ କଠୋର ଦଣ୍ଡ ସହିତ ୨୧ବର୍ଷର ସୁଧ ଆଦାୟ କରି ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରାଯାଉ ବୋଲି ,ଶ୍ରୀ ନାୟକ ଓଡାପଡ଼ା ଆପ୍ କର୍ମୀ ମାନଙ୍କ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିମନ୍ୟୁ ସେଠିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ଆସନ୍ତା ଦଶ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରlନଗଲେ ଆପ୍ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି l

new life
You might also like
error: Content is protected !!