News
WhatsApp Image 2023-10-04 at 17.25.00
samparksetu

ଅଧାରେ ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ଯୁବକଙ୍କ ମୃତ୍ୟୁ

ରାତି ରେ କାମ ସାରି ଫେରୁଥିଲେ ଘରକୁ ହେଲେ କିଏ ଜାଣିଥିଲା ଅଧାରେ ଜଗିଥିଲା ମୃତ୍ୟୁ, ଅକାଳରେ ଚାଲିଗଲା ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ।

ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ରଘୁନାଥପୁର ଗ୍ରାମର ମହେନ୍ଦ୍ର ନାଏକଙ୍କ ପୁଅ ସମୀର ନାଏକ(୨୮) ଙ୍କ ଗତକାଲି କୁଲେଇ ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସମୀର କୁଲେଇ ସ୍ଥିତ ଜିଏମ ଆଇରନ ଓ ଷ୍ଟିଲ ଲିମିଟେଡ଼ ରେ କାମ କରୁଥିଲେ । ଗତକାଲି ଡିୟୁଟି ସାରି ଘରକୁ ଫେରିବା ସମୟରେ କମ୍ପାନୀ ଠାରୁ ଅଳ୍ପ ଦୂରରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗ୍ରାମବାସୀ ଙ୍କ ସୂଚନା ଅନୁଯାୟୀ କମ୍ପାନୀ ଠାରୁ ତିନି କିଲୋମିଟର ଦୂରରେ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ କମ୍ପାନୀ ପକ୍ଷରୁ ସହାୟତା ଯୋଗାଇ ଦେବାକୁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସମୀର ଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଏହି କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକଙ୍କ ସହ ରଘୁନାଥପୁର ଗାଁ ଲୋକ କମ୍ପାନୀ ଫାଟକ ସାମନାରେ ସମୀରଙ୍କ ମୃତ ଶରୀର ରଖି ଧାରଣାରେ ବସିଛନ୍ତି ।

ଅନ୍ୟପଟେ ଦାବି ପୂରଣ ନହେଲେ ଆନ୍ଦୋଳନ ପନ୍ଥା ଆପଣେଇବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜଣାଯାଇଛି ।

new life
You might also like
error: Content is protected !!