ଢେଙ୍କାନାଳ ସହରସ୍ଥିତ ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ପରିସରରେ ରେଖା ପଞ୍ଚମୀ ଅବସରରେ ବିଶେଷ ପୁଜାର୍ଚ୍ଚନା କରାଯାଇଛି । ପ୍ରାତଃ ସମୟରେ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ଫୁଲହାର, ତୁଳସୀ ମାଳ ସହ ଆଳତି କରାଯାଇଥିଲା । ବଲ୍ଲବ ଭୋଗ ବଳଦେବଜୀଉଙ୍କ ଠାରେ ଲାଗି କରାଯାଇଥିଲା ।
ଖେଚେଡି ଧୂପ ପୂର୍ବରୁ ଦିଅଁଙ୍କ ନିକଟରେ ରାହୁରେଖା ଲାଗି କରାଯାଇଥିଲା । ଏହା ପରେ ଖେଚେଡି ଧୂପ, ଭୋଗ ଲାଗି ହୋଇଥିଲା । ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାବେଳେ ଆଳତି, ରାତ୍ର ଧୂପ ହୋଇ ପହଡ ପଡିଥିଲା । ପୂଜା ପଣ୍ଡା ମଳୟ କରଙ୍କ ଦ୍ୱାରା ପୁଜାର୍ଚ୍ଚନା
କରାଯାଇଥିଲା ।