News
WhatsApp Image 2023-10-04 at 17.25.00
samparksetu

ଫ୍ୟାସନ ଆଣ୍ଡ ଷ୍ଟାଇଲ ଆଇକନ ବିଜୟୀ ହେଲେ ଢେଙ୍କାନାଳ ଝିଅ ସୌଭାଗ୍ୟଲକ୍ଷ୍ମୀ

ଜାତୀୟ ସ୍ଥରରେ ଆୟୋଜିତ ହୋଇଯାଇଛି ଫ୍ୟାସନ ସୋ, ପୁଣେ ର ଇଣ୍ଡିଆଜ ନେକ୍ସଟ ସୁପର ମଡେଲ ଏହାର ଆୟୋଜକ ଥୁଲେ । କୋଭିଡ କଟକଣା ହେତୁ ଭାରଚୁଆଲ ମୋଡ଼ରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଘରଭିତରେ ରହି ରଙ୍ଗ ବେରଙ୍ଗ ର ସୁସଜ୍ଜିତ ପୋଷାକରେ ସଜେଇ ହୋଇଥିଲେ ବିଭିନ୍ନ ସୁନ୍ଦରୀ ମଡେଲ ।

ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗି ନିଜ ପ୍ରତିଭା ଦେଖାଇଥିବା ବେଳେ ଟପ୍ ୧୫ ରେ ସ୍ଥାନ ପାଇ ବିଜୟର ମୁକୁଟ ପିନ୍ଧିଥିଲେ ଓଡିଶା ତଥା ଢେଙ୍କାନାଳ ମାଟିର ଝିଅ ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ । ସୌଭାଗ୍ୟଲକ୍ଷ୍ମୀ ଢେଙ୍କାନାଳ ଅମଲାପଡା ବାସିନ୍ଦା ଭବେଶ ଆଚାର୍ଯ୍ୟ ଓ ଭାରତୀ ଆଚାର୍ଯ୍ୟ ଙ୍କ ଏକ ମାତ୍ର କନ୍ୟା ।

ପିଲଟି ଦିନରୁ ଫ୍ୟାସନ ପ୍ରତି ରୁଚି ରଖୁଥିବା ସୌଭାଗ୍ୟଲକ୍ଷ୍ମୀ ଭବିଷ୍ୟତ ରେ ଜଣେ ଭଲ ଡିଯାଇନର ହେବାର ଲକ୍ଷ ରଖିଛନ୍ତି । ତେବେ ଏଭଳି ପ୍ରତିଭାବାନ ଝିଅ ଯୋଗୁଁ ପରିବାରର ସମସ୍ତ ସଦସ୍ୟ ତାଙ୍କ ପ୍ରତି ବେସ୍ ଗର୍ଵ ଅନୁଭବ କରିଛନ୍ତି ।

new life
You might also like
error: Content is protected !!