ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା , ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ।
ଜଂଖିରା ଗ୍ରାମର ବଳିଆ ନାୟକ ନିଜ ସ୍ତ୍ରୀ ଫୁଲ ନାୟକ ଙ୍କୁ ନେଇ ୩ଦିନ ତଳେ ତରଭା ନିଜ ଶ୍ୱଶୁର ଘରକୁ ଆସିଥିଲେ ।
ତେବେ ତାଙ୍କ ମଧ୍ୟରେ ପାରିବାରିକ କଳହ ପରେ ବଳିଆ ଏକ ବନ୍ଦ କୋଠରୀ ରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରୀ ରଖିଛି ।
