କାମାକ୍ଷନଗର ରେ ଥିବା ପ୍ରସିଦ୍ଧ ଶୈବପୀଠ ରାମେଶ୍ଵର ମନ୍ଦିର ବଂଶାନୁକ୍ରମିକ ମହଦେବ ସେବା କରିଆସୁଛନ୍ତି ୬ଟି ପରିବାର |ମନ୍ଦିର ଟି ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ଯ ସେବାୟତ ଙ୍କୁ କୌଣସି ପ୍ରକାର ର ସାହାଯ୍ଯ ମିଳୁନାହିଁ |
ମନ୍ଦିରରେ ଥିବା ୬ଟି ପରିବାର କରୋନା ପୂର୍ବରୁ ମନ୍ଦିର କୁ ଆଶୁଥିବା ଭକ୍ତଙ୍କ ଦାନ ଦାକ୍ଷିଣା ରେ ଯାହା ଯେମିତି ଚଳି ଯାଉଥିଲେ | କିନ୍ତୁ କରୋନା ପାଇ ସରକାରଙ୍କ ନୀୟମ ଅନୁସାରେ ଗତ ୨ ବର୍ଷ ହେଲାଣି ମନ୍ଦିର କୁ ଭକ୍ତ ଙ୍କୁ ଆସିବାକୁ ବାରଣ କରାଯାଇଅଛି ତେଣୁ ମନ୍ଦିର ଏବେ ଭକ୍ତ ଶୁନ୍ୟ ଯେଉଥିପାଇଁ ସେବାୟତ ମାନଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ |
ମନ୍ଦିର ର ସେବାୟତ ମାନେ ଭୋକ ଉପାସରେ ଦିନ କାଟିବାକୁ ପଡୁଚି | ସେବାୟତ ମାନେ କହିବା କଥା ସରକାର ଏବଂ ଜିଲ୍ଲା ପ୍ରଶାସନ କେମିତି ସେମାନଙ୍କ କଥା ଭୁଲିଗଲା | ସରକାର ଏପର୍ଯ୍ଯନ୍ତ କୌଣସି ସାହାଯ୍ୟ କିମ୍ବା ସହାନୁଭୂତି ଦେଖାଇ ନାହାନ୍ତି | ମନ୍ଦିର ସେବାୟତ ମାନେ ଦାବି କରିଛନ୍ତି କି ସେମାନଙ୍କୁ ମାଶିକ ଦରମା ଦେବା ସଙ୍ଗେ ସଙ୍ଗେ କରୋନା ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଉ | ସରକାର ଯଦି ସାହାଯ୍ଯ ନକରନ୍ତି ତାହାଲେ ସେମାନେ ଆମରଣ ଅନଶନ କରିବେ ବୋଲି କହିଛନ୍ତି | ଏହାକୁ ଦୃଢ଼ ସମର୍ଥନ କରିଛି ରାଜ୍ଯ ଶୈବ ପୂଜକ ସଂଘ |
ରାଜ୍ୟ ଶୈବ ପୂଜକ ସଂଘ ର ସଭାପତି ଆଚାର୍ଯ୍ୟ ଲଲିତ ମହାପାତ୍ର କହିଛନ୍ତି ସେ ରାମେଶ୍ଵର ମନ୍ଦିର ର ସେବାୟତ ଙ୍କୁ ସରକାର ସାହାଯ୍ଯ ଦାବି କରିଛନ୍ତି ତତ୍ ସହିତ ଉତ୍କଳ ଶିବଶକ୍ତି ପୂଜକ ସଂଘ ର ଢେଙ୍କାନାଳ ଜିଲ୍ଲା ସଭାପତି ସ୍ବାଧୀନ ମହାପାତ୍ର ଓ ସମ୍ପାଦକ ଦେବୀଦତ୍ତ ମହାପାତ୍ର ମଧ୍ଯ ଏହାକୁ ସମର୍ଥନ କରି କହିଛନ୍ତି ଆଗକୁ ଆନ୍ଦୋଳନ ତୀବ୍ର ହେବ |
