News
lipub
samparksetu

ମନରେଗା ମଜୁରୀ ନପାଇ ଶ୍ରମିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଗିଆପଶିରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର କାଜୁ ପ୍ଲାଣ୍ଟେସନରେ କାର୍ଯ୍ୟକରୀ ଶ୍ରମିକ ମାନେ ତିନି ମାସର ପ୍ରପ୍ୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେହି ଜମିରେ ଗ୍ରାମର ଚିନ୍ମୟ ସେଠୀ,ପବିତ୍ର ଦାସ,ଗଣେଶ ବର ସାମଲ ,କାଳନ୍ଦୀ ପ୍ରଧାନ ,ଦିନେଶ ସେଠୀ ପ୍ରମୁଖ ନିଜେ ବାଡ ଦେବା ସହିତ ଖତ,ସାର ପ୍ରୟୋଗ କରିଥିଲେ ।

ସାତ ଜଣ ଶ୍ରମିକ କାମ କରିବା ପରେ ସେଠିକାର ପିଆଇଏ ପ୍ରାଣବନ୍ଧୁ ସେଠୀ ଶ୍ରମିକ ମାନଙ୍କୁ କାମ କରାଇବା ସହିତ ଶୀଘ୍ର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଟଙ୍କା ପ୍ରଦାନ କରାଯାଇ ନାହିଁ । କିନ୍ତୁ ପଞ୍ଚାୟତ ଜିଆରଏସଙ୍କୁ ଯୋଗାଯୋଗ କରିବାରୁ କାର୍ଯ୍ୟର ବିଲ ହେବା ସହିତ ଟଙ୍କା ଉଠାଣ ହୋଇଛି ବୋଲି କହିଥିଲେ ।

ଶ୍ରମିକ ମାନଙ୍କର ମୋଟ ୯୭ ହଜାର ୯୫୦ଟଙ୍କା ପୃଷ୍ଟି ଟ୍ରେଡର୍ସ ନାମରେ ଉଠାଣ ହୋଇଥିବାର ଜଣାପଡିଛି । ଘଟଣା ସମ୍ପର୍କରେ
ମୃର୍ତ୍ତିକା ସଂରକ୍ଷଣ ବିଭାଗର ପିଓଙ୍କୁ ଜଣାଇବା ପରେ ସେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ଶ୍ରମିକ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ତିନି ମାସର ପ୍ରାପ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

new life
You might also like
error: Content is protected !!