News
lipub
samparksetu

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ୨୦୨୪ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିୟନ ମାନ୍ୟତା

ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ ପାଇଁ ପ୍ରତିଶ୍ରୁତି ବଦ୍ଧତା ଏବଂ କାର୍ଯ୍ୟ ପାଇଁ ଟାଟା ଷ୍ଟିଲକୁ କ୍ରମାଗତ ସପ୍ତମ ବର୍ଷ ପାଇଁ ୱାର୍ଲଡ୍‌ଷ୍ଟିଲ ଦ୍ୱାରା ୨୦୨୪ ଷ୍ଟିଲ୍ ସଷ୍ଟେନେ ବିଲିଟି ଚାମ୍ପିୟନ ମାନ୍ୟତା ମିଳିଛି । ୨୦୧୮ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଟାଟା ଷ୍ଟିଲ ପ୍ରତିବର୍ଷ ଚାମ୍ପିୟନ ହୋଇଆସୁଛି । ବିଶ୍ୱସ୍ତରୀୟ ଇସ୍ପାତ ଉତ୍ପାଦନ କାରୀ ଭାବେ ଏହାର ନେତୃତ୍ୱ ବଜାୟ ରଖିବା ପାଇଁ ଟାଟା ଷ୍ଟିଲର ପ୍ରୟାସକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି ଯାହା ଦୀର୍ଘ ସ୍ଥାୟୀତ୍ୱ ନୀତି ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ।

୧୧ଟି ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ ରହିଛି ଯେଉଁ ମାନଙ୍କୁ ବୋର୍ଡ ଅଫ୍ ମେମ୍ବର୍ସର ଏପ୍ରିଲ ସ୍ପେଶାଲ ଜେନେରାଲ ମିଟିଂ (ଏସଜିଏମ)ରେ ୨୦୨୪ ଷ୍ଟିଲ ସଷ୍ଟେନେବିଲିଟି ଚମ୍ପିଆନ୍ ଭାବେ ମନୋନୀତ କରାଯାଇଛି ।

new life
You might also like
error: Content is protected !!