News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଦିବ୍ୟାଙ୍ଗଙ୍କୁ କର୍ତ୍ତୃପକ୍ଷ ପ୍ରଦାନ କଲେ ଟ୍ରାଇସାଇକେଲ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ । ଦୀର୍ଘ ଦଶ ବର୍ଷ ହେବ ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ ଥିବାବେଳେ ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି । ଘରେ ତିନି ଅବିବାହିତ ପୁଅ ଓ ସ୍ବାମୀ ସ୍ତ୍ରୀ ମିଶି ପାଞ୍ଚ ଜଣ। ପାଞ୍ଚ ଝିଅଙ୍କୁ ବିବାହ ଦେବା ପରେ ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା ।

ପାଦରେ ଚାଲି ଯିବାଆସିବା ପାଇଁ ସକ୍ଷମ ନଥିବା ବେଳେ କାମ ପଡ଼ିଲେ ବାଧ୍ୟ ହୋଇ ଗାଁ ଦାଣ୍ଡରେ ଘୁସୁରି ଘୁସୁରି ଯିବା ଆସିବା କରୁଥିଲେ ଏ ନେଇ ୩୦ ଅଗଷ୍ଟରେ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରିବା ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର କରାଯାଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଉପ ଜିଲ୍ଲାପାଳ ଓ କାମାକ୍ଷାନଗର ବିଡ଼ିଓ ଧୋବାବାହାଳି ନିବାସୀ ଶ୍ରୀ ନିରାକାର ସାହୁ ଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ତେବେ ଟ୍ରାଇସାଇକେଲ ପାଇବା ପରେ ନିରାକାର ବହୁତ ଖୁସିଥିବାର ଜଣାପଡିଛି ।

new life
You might also like
error: Content is protected !!