News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତ ରାସ୍ତା ବର୍ଷା ଦିନେ ନଦୀ ଓ ଅନ୍ୟ ଦିନେ ଜଳାଶୟ !

ଓଡାପଡା ବ୍ଲକ କଳାଙ୍ଗ ପଞ୍ଚାୟତ ନୂଆ ସାହି ମୁଖ୍ୟ ରାସ୍ତା ଉପରେ ପ୍ରାୟ ସମୟ ଜଳ ମଗ୍ନ ରହୁଛି l ବର୍ଷା ଦିନେ ନଦୀ ର ରୂପ ନେଉଥିବା ବେଳେ ଅନ୍ୟ ଦିନେ ଜଳାଶୟ ରୂପ ନେଉଛି l ଫଳରେ ଗାଁ ଲୋକଙ୍କ ସହିତ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ ଗତ କାଲି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେହି ବାଟ ଦେଇ ପଂଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ l ସେମାନଙ୍କର କୌଣସି ପ୍ରତିକ୍ରିୟା ନାହିଁ l

ଗତ ଦଶ ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ପାଣି ନଆସୁଥିବାରୁ ତାର ସୁଫଳ ପାଉ ନାହାନ୍ତି l ଏଦିଗରେ ସରକାର ଲକ୍ଷ ଲକ୍ଷ ଅର୍ଥ ରାଶି ଖର୍ଚ୍ଚ କରୁଥିଲେ ମଧ୍ୟ ଅସାଧୁ କର୍ମଚାରୀ ଏବଂ କୁଜିନେତା ମାନଙ୍କ ଯୋଗୁଁ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ତୁରନ୍ତ ପାନୀୟ ଜଳ ପ୍ରକଳ୍ପ କୁ ଚାଲୁ କରିବା ଏବଂ ରାସ୍ତା ଉପରେ ଜମୁଥିବା ପାଣିକୁ ଡ୍ରେନ ସାହାଯ୍ୟରେ ବାହାରକୁ ନିଷ୍କାସିତ କରିବାପାଇଁ ଗ୍ରାମବାସୀ ମନେ ଦାବି କରିଛନ୍ତି l ନଚେତ ସେମାନେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ଧମକ ଦେଇଛନ୍ତି ।

new life
You might also like
error: Content is protected !!