ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ପଞ୍ଚୁପଟି – ସିମିନଇ ବାଇପାସ ରେ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିବାରେ ଲାଗିଛି । ତେବେ ସିମିନଇ ଏବଂ ସଦାଶିବପୁର ଉଭୟ ବାସିନ୍ଦାଙ୍କ ଏହା ନିତିଦିନିଆ ରାସ୍ତା ।
ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ରାଜପଥ କୁ ସଂଯୋଗୀକରଣ କରୁଥିବା ରାସ୍ତାଟି ଅତି ମାତ୍ରାରେ ଉଚ୍ଚ ହୋଇଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଜଣେ ବୟସ୍କ ବ୍ୟକ୍ତି ସେହିପଟେ ଆସୁଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ । ତେଣୁ ରାସ୍ତାଟିକୁ କୌଣସି ମାତ୍ରାରେ ସଠିକ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।
