ଢେଙ୍କାନାଳ ଜିଲ୍ଲାକୁ ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି। ଜିଲ୍ଲାର ୬ଟି ତହସିଲରେ ବାଲି ସଇରାତ ରହିଛି ।ସେଥିମଧ୍ୟରୁ ଭୁବନ ତହସିଲ ଅଧିନରେ ଥିବା ୧୧ଟି ସଇରାତରୁ ୯ଟିର ନିଲାମ ଅବଧି ଶେଷ ହୋଇଛି।
ପୁରସତମପୁର ଓ ଯମୁନାକୋଟ ଘାଟର ନିଲାମ ଅବଧି ରହିଛି। ଏହି ଘାଟ ବାଦ୍ ଅନ୍ୟ କେତୋଟି ଘାଟର ନିଲାମ ଅବଧି ଶେଷ ହେବା ପରେ ପୁନଃ ନିଲାମି ହୋଇଛି।
କିନ୍ତୁ ଆନୁସାଙ୍ଗିକ କାଗଜାତ୍ ଶେଷ ହୋଇ ନଥିବାରୁ ଏଠାରୁ ବାଲି ଉଠାଇବାକୁ ସରକାରଙ୍କ ପକ୍ଷରୁ ଆର୍ ଫର୍ମ ପ୍ରଦାନ କରାଯାଇ ନାହିଁ। ବେଆଇନ୍ ଭାବେ ଘାଟ ଗୁଡିକରୁ ବାଲି ଚୋରାଚାଲାଣ କରାଯାଉଛି। ବେଆଇନ୍ ବାଲି ଚୋରାଚାଲାଣ ର ସୁରାକ ପାଇ ଭୁବନ ତହସିଲ ସ୍କ୍ବାର୍ଡ ପକ୍ଷରୁ ମହିଳା ମହାବିଦ୍ୟାଳୟ ରାସ୍ତାରେ ୩ଟି ହାଇୱା ଓ ଗୋଟିଏ ଡମ୍ଫରକୁ ଜବତ କରିଥିଲେ।
ବାରୁଆଁ ରାଜସ୍ୱ ନିରୀକ୍ଷକ ସୁନିଲ୍ କୁମାର ସାହୁ, ଅତିରିକ୍ତ ତହସିଲଦାର ମନୋଜ ମାଝୀ, ସୁପରଭାଇଜର ସୁଜିତ ଭୋଇ ଗାଡି ଗୁଡିକୁ ଜବତ କରିବା ପରେ ତହସିଲ ପକ୍ଷରୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

