ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ଠାରେ ରହିଛି ରାଜ୍ୟର ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାବା ବୃଦ୍ଧେଶ୍ୱର ମନ୍ଦିର। ଯେଉଁଠିକି ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପର୍ଯ୍ୟଟକ ପରିଦର୍ଶନରେ ଆସିଥାନ୍ତି।
କିନ୍ତୁ ଏବେ କରୋନା ମହାମାରୀ ହେତୁ ସରକାରୀ କୋଭିଡ ନିୟମ ଅନୁସାରେ ଏହି ପର୍ଯ୍ୟଟନ ସ୍ଥଳୀ ଦର୍ଶନାଭିଳାଶୀମାନଙ୍କ ସକାଶେ ବନ୍ଦ ରଖାଯାଇଛି।
ଯେଉଁଥିପାଇଁ କି ଉକ୍ତ ପର୍ଯ୍ୟଟନ ସ୍ଥଳୀଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅବ୍ୟବସ୍ଥା ମଧ୍ୟରେ ଥିବା ଦେଖିବାକୁ ମିଳିଛି। ବିଶେଷକରି ଦେବ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ବ୍ୟବହାର କରୁଥିବା ମନ୍ଦିର ସଲଗ୍ନ ନାଳଟି ଚିଙ୍ଗୁଡିଆ ଦଳ ଭିଡିଯାଇ ନାଳର ଜଳକୁ ଆଛାଦିତ କରି ରଖିଥିବା ବେଳେ ମନ୍ଦିର ର ଆବର୍ଜନା ଏହାରି ମଧ୍ୟରେ ଫୋପାଡି ଦିଆଯାଉଥିବା ଦେଖିବାକୁ ମିଳିଛି।
ସ୍ୱାସ୍ଥ୍ୟଗତ ଏବଂ ମନ୍ଦିର ପର୍ଯ୍ୟଟନ ସ୍ଥଳୀ ର ସ୍ୱଛତା ଦୃଷ୍ଟିରୁ ଏହି ନାଳର ପୁନରୁଦ୍ଧାର ଯଥାସମ୍ଭବ ଶିଘ୍ରତାସହ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏହାକୁ ନେଇ ଭୁବନ ବିଜେପି ନଗର ସମ୍ପାଦକ ସନ୍ତୋଷ ବିହାରୀ କ୍ଷୋଭ ପ୍ରକାଶ କରିବା ସହିତ ଏହାର ପୁନରୁଦ୍ଧାର ନିମନ୍ତେ ଦାବି ଉଠାଇଛନ୍ତି।
