ଢେଙ୍କାନାଳ ଜ଼ିଲ୍ଲା ଭୁବନ ଅଞ୍ଚଳ ଯେମିତି ଚୋରା ଓ ନକଲି ମଦ ବିକ୍ରିର କେନ୍ଦ୍ର ବିନ୍ଦୁ ପାଲଟିଛି। ମଦ ମାଫିଆଙ୍କର ଖୁଲମଖୁଲା ମଦ ବେପାର ଚାଲିଛି। ଢେଙ୍କାନାଳ ଅବକାରୀ ଇନସ୍ପେଟର ସମିର ମହାନ୍ତି,ମୋବାଇଲ ସ୍ବାଡ୍ ଓ କାମାକ୍ଷାନଗର ଅବକାରୀ ବିଭାଗ ମିଳିତ ଭାବେ ଆଜି ଭୁବନ ଥାନା ଅଞ୍ଚଳର ସୁରପ୍ରତାପପୁର,ଓଡିଶ ଗାଁ ଏବଂ ଏନଏସି ରେ ଚଢ଼ାଉ କରିଥିଲେ ।
ଚାଢାଉରେ ୧୮୦ ଲିଟର ମହୁଲି ମଦ ଜବତ କରିବା ସହ ୮ ଜଣକୁ ଗିରଫ କରିଛି ଅବକାରୀ ବିଭାଗ l ଭୁବନ ଅଞ୍ଚଳରେ ଦିନକୁ ଦିନ ଚୋରା ମଦବିକ୍ରି କାରବାର ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଆଗାମୀଦିନ ମାନଙ୍କରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିଲେ ମଦ ମାଫିଆ ସାବାଡ ହେବେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

