News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ନଦୀରେ ଯୁବକଙ୍କ ନିଖୋଜ ଘଟଣା, ୨ ଦିନ ପରେ ମୃତଦେହ ଉଦ୍ଧାର

ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିବା ନିଖୋଜ ଆମ୍ବୁଜ ଙ୍କ ମିଳିଲା ମୃତ ଦେହ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଡିସେମ୍ବର ୧୪ ରେ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିଲେ । ଏହି ଘଟଣା ପରେ ଗ୍ରାମବାସୀ ନଦୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଆମ୍ବୁଜଙ୍କୁ ନଦୀରେ ଖୋଜଖୋଜି କରିବା ଜାରି ରଖିଥିଲେ ।

୨ଦିନ ର ଖୋଜାଖୋଜି ପରେ ଆଜି ଭୁବନ ନିଳକଣ୍ଠପୁର ଠାରୁ ତାଙ୍କର ଶବ କୁ ଓଡ୍ରାଫ ଟିମ ଦ୍ୱାରା ନଦୀ ରୁ ଉଦ୍ଧାର କରାଯାଇଛି । ତେବେ ଶବକୁ ପୋଲିସ୍ ଜବତ କରି ଵ୍ୟଵଚ୍ଛେଦ ପାଇଁ ପଠାଇଛି।

new life
You might also like
error: Content is protected !!