ଢେଙ୍କାନାଳ ପୌର ନିର୍ବାଚନ ପାଇଁ ଆପ୍ ଢେଙ୍କାନାଳ ର ସଜବାଜ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଢେଙ୍କାନାଳ ବାଜିଚୌକସ୍ଥିତ ବାଉଁଶ ହୋଟେଲ ଠାରେ ପୌରାଞ୍ଚଳର ୮ଟି ୱାର୍ଡର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସାମାଜିକ ସଂସ୍କାର ଉପରେ କର୍ମୀ ମାନେ ଶିଖିବା ଉଚିତ, ତାପରେ ରାଜନୀତି । ପ୍ରତ୍ୟେକ ସପ୍ତାହରେ ପୌରାଞ୍ଚଳ କର୍ମୀମାନଙ୍କର ବୈଠକ ହେବ ଏବଂ ଆସନ୍ତା ୨୫ ତାରିଖରେ ସମସ୍ତ ୨୩ ଟି ୱାର୍ଡର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସମ୍ପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ସୂଚନା ଦେଇଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ୟା ଗୁଡିକୁ ସମାଧାନ କରିବାପାଇଁ ପ୍ରତ୍ୟେକ ଦିନ ସମସ୍ତ ସଦସ୍ୟ ପାଳିକରି ଏବଂ ସମୟ ବାହାରକରି ପରିଦର୍ଶନ କରିବାକୁ ଅନୁରୋଧ କରାଗଲା । ଯେପରି ଆଜି ରୋଗୀଙ୍କ ବ୍ଲଡ଼ ପ୍ରେସର ମାପିବା ପାଇଁ ଆଉଟ ଡୋର ବିପି ମେସିନରେ ବ୍ୟାଟେରୀ ନଥିବା ଏବଂ ସବୁ ସଂସାଧନ ଥାଇ ମଧ୍ୟ ଜଣେ ପ୍ରସୂତି ମହିଳାଙ୍କୁ ଚଲାଇ ଚଲାଇ ପୁଣି ବାହାର ରାସ୍ତାରେ ନେବାବେଳେ ସେହି ମହିଳାଙ୍କ କ୍ରନ୍ଦନ ଜିଲ୍ଲା ଆବାହକ ଶ୍ରୀ ନାୟକଙ୍କ ଦୃଷ୍ଟି ଗୋଚର ହୋଇଥିଲା । ସଙ୍ଗେ ସଙ୍ଗେ ତାର ବ୍ୟବସ୍ଥା କରାଯାଇଥିଲା ।
ଉକ୍ତ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ମତାମତ ରଖିଥିଲେ । ଶେଷରେ ମିହିଳା ମୋର୍ଚ୍ଚା ଉପସଭାପତି ତୃପ୍ତିମୟୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
