ଖବର ପ୍ରସାରଣ ପରେ ସଜଡ଼ା ହେଲା ଝୁଲନ୍ତା ବିଦ୍ୟୁତ ତାର ।
ଢେଙ୍କାନାଳ ପୌରାଞ୍ଚଳ ର ୱାର୍ଡ ନଂ ୪ ଏବଂ ୧୩ ଭାଗିରଥି ବିହାର ବି ବ୍ଲକ ଓ ସି ବ୍ଲକ ରେ ଇଲେକ୍ଟ୍ରି ତାର ଗୁଡିକ ଏକଦମ ତଳକୁ ଓହଳି ରହିଥିଲା । ଏହି ଓହଳି ପଡ଼ିଥିବା ତାରକୁ ଉପରକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାର ଅଞ୍ଚଳ ଵାସୀ ଙ୍କ ଅଭିଯୋଗକୁ ନେଇ ଆମେ ଗତ ୨୩ ମେ ରେ ଖବର ପ୍ରସାରଣ କରିଥିଲୁ ।
ତେବେ ଖବର ପ୍ରସାରଣ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ତାରଟି ଉପରକୁ ଉଠାଯାଇ ସଜଡ଼ା ଯାଇଛି ।
