କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଯୋରନ୍ଦ। ମେଳା ଉପରେ ଲାଗିଲା କଟକଣା ; ଜିଲ୍ଲା ବାହାରର ସାଧୁସନ୍ଥ ଙ୍କୁ ମେଳା ମନା !
ବିଶ୍ୱ ପ୍ରସିଦ୍ଧ ଯୋରନ୍ଦ। ମାଘ ମେଳା ଚଳିତ ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ହେତୁ ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆ ପଦକ୍ଷେପ ନିଆଯାଇଛି ।
ଚଳିତ ବର୍ଷ ଯୋରନ୍ଦ। ମେଳାକୁ ସୀମିତ ସଂଖ୍ୟକ ସାଧୁସନ୍ଥ ଙ୍କୁ ନେଇ ଏ ବର୍ଷ ଯୋରନ୍ଦ। ମେଳା ଅନୁଷ୍ଠିତ ହେବ । ମେଳାରେ କରୋନା ନେଗେଟିଭ ଥିବା କେବଳ ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥ ଙ୍କୁ ଅନୁମତି ମିଳିବ । ଜିଲ୍ଲା ଏବଂ ରାଜ୍ୟ ବାହାରର ସାଧୁସନ୍ଥ ଙ୍କୁ ବାରଣ କରାଯାଇଛି । ଯୋରନ୍ଦା ମେଳା କୁ ଜନସାଧାରଣ ଙ୍କୁ ମନା ହୋଇଛି । ଗାଦି ମନ୍ଦିର ଭିତରକୁ ୫୦ ଜଣ ରୁ ଅଧିକ ବ୍ୟକ୍ତି ଏକା ସଙ୍ଗେ ରହିପାରିବେ ନାହିଁ । ଭିତରେ ୧୦ ମିନିଟ ରୁ ଅଧିକ ସମୟ କାହାକୁ ରହିବାର ଅନୁମତି ନାହିଁ ।
