ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଚାଳ ଘର ସହ ଶହେ ବସ୍ତା ଧାନ ଜଳି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ କି , ଉକ୍ତ ଗ୍ରାମର କୃପାସିନ୍ଧୁ ସାହୁ ଙ୍କ ଚାଳ ଘରେ ଆଜି ସକାଳ ୧୦.୩୦ ମିନିଟ ରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ରେ ୪ ବଖରା ଘର ସହ ଘରେ ଥିବା ଶହେ ବସ୍ତା ଧାନ ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା ।
