ରାତି ଅଧରେ ମହିଳା ଚା’ଦୋକାନୀ ଙ୍କୁ ଆକ୍ରମଣ , ଲୁଟିନେଲେ ଟଙ୍କା ଏବଂ ସୁନା ଗହଣା ; ଅପରାଧୀ ଙ୍କୁ ଗିରଫ୍ ନକରି ଚୁପ ବସିଛି ପୋଲିସ୍
ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା’ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା ଗହଣା ଜୋର ଜବରଦସ୍ତ ନେଇଯିବା ଅଭିଯୋଗରେ ଉକ୍ତ ମହିଳା କଣ୍ଟାବଣିଆ ଥାନାରେ ଏକ କେସ ନଂ ୧୨୩/୨୦ ଏକ ଏତଲା ଦେଇଥିଲେ l
ଉକ୍ତ ପୀଡିତା ଥାନା ବାବୁ ଙ୍କୁ ଅନେକ ଗୁହାରି କରିବା ପରେ ମଧ୍ୟ ଦୃବୃର୍ତ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ କୌଣସି ତତ୍ପରତା ନଦେଖାଇବାରୁ ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳ ରେ ଖୁଲମଖୁଲା ବୁଲିବା ସହିତ ପୀଡିତା ଙ୍କୁ କେସ ନଉଠାଇଲେ ଜୀବନରେ ମାରି ଦେବା ଧମକ ଚମକ ଦେଉଛନ୍ତି l ଫଳରେ ପୀଡିତା ଜଣକ ଭୟଭୀତ ହୋଇ ଢେଙ୍କାନାଳ ସହରରେ ରହୁଛନ୍ତି l
ଉକ୍ତ ପୀଡିତା ସ୍ଥାନୀୟ ପୋଲିସ ଠାରୁ ନ୍ୟାୟ ନପାଇବାରୁ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତଙ୍କୁ ସହଯୋଗ ପାଇଁ ଲିଖିତ ଭାବେ ନିବେଦନ କରିଥିଲେ l ଆଜି ଗୁରୁବାର ଆପ୍ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ସହିତ ଅନ୍ୟ କର୍ମୀମାନେ ପୀଡିତାଙ୍କୁ ନେଇ ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀହର୍ଷ ମିଶ୍ରଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ତରଫରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ଯଦି ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯାଏ, ଆମ୍ ଆଦମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ଆବାହକ ପଙ୍କଜ ନାୟକ ସୂଚନା ଦେଇଛନ୍ତି l
