ପରଜଙ୍ଗ ଥାନା ଡୋଲିଆ ଛକ ନିକଟରେ ଆଜି ସଂନ୍ଧ୍ୟା ୬ଟାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଏକ ବୋଲେରୋ ଦୁର୍ଘଟଣା ଘଟି ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ କି , ଅନୁଗୁଳ ଜିଲ୍ଲା ଲଙ୍ଗଳଖୋଲ ଗ୍ରାମର କିଛି ଲୋକ ଝିଅକୁ ଶାଶୁ ଘର ବାମ ଗ୍ରାମକୁ ଛାଡିବାକୁ ଆସି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ୨ଜଣ ଜାଙ୍କ ମହିଳା ଥିବା ସୂଚନା ମିଳିଛି। ଗାଡିରେ ମୋଟ ୧୧ଜଣ ଯାତ୍ରି ଥିବା ଜଣା ପଡିଛି।
