News
lipub
samparksetu

ଖବର ପ୍ରକାଶ ପରେ ଘର ପାଇଁ ହିତାଧିକାରୀ ତାଲିକାରେ ଯୋଡ଼ା ହେଲା ବୃଦ୍ଧ ଦମ୍ପତ୍ତି ଙ୍କ ନାମ

କଥାରେ ଅଛି ବୁଡିଯାଇଥିବା ଲୋକ କୁଟା ଖିଅକୁ ଆଶ୍ରା! ଏହି ପରି ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗାଁର ବେସାହାରା ବୃଦ୍ଧ ଦମ୍ପତ୍ତି ରବିନ୍ଦ୍ର ନାୟକ ଓ ମାଳତୀ ନାୟକଙ୍କ କାହାଣୀ। ଜୀବନ ଶେଷ ସମୟ ଉପନୀତ ହୋଇଥିଲେ ସୁଧା ସରକାରୀ ସହାୟତାରେ ଘର ଖଣ୍ଡିଏ ପାଇଁ ଆଶା।

ସୁଚନା ଥାଉ କି, ଆମେ ତାଙ୍କ ବିଷୟରେ ପୂର୍ବରୁ ପ୍ରକାଶ କରିଥିଲୁ। ଗୋଟିଏ ବୋଲି ପୁଅକୁ ହରାଇ ବେସାହାରା ହୋଇ ଭଙ୍ଗାରୁଜା ଘରେ ରହିବାକୁ ପଡୁଛି। ଏ ଖବର ପ୍ରକାଶ ହେବାର ଅନେକ ଦିନ ହେଲାଣି କିନ୍ତୁ ଘରଟି ହୋଇ ପାରି ନାହିଁ। କିନ୍ତୁ ଏବେ ତାଙ୍କ ନାମ ହିତାଧିକାରୀ ତାଲିକାରେ ଯୋଡ଼ା ଯାଇଥିବାରୁ ତାଙ୍କ ମନରେ ଆଶାର କିରଣ ଜାତ ହୋଇଛି। ଦେଖିବାକୁ ବାକି ରହିଲା ଅଶି ବର୍ଷରୁ ଅଧିକ ଏ ବୃଦ୍ଧଙ୍କର ସ୍ବପ୍ନ କେବେ ପୂରଣ ହେଉଛି।

new life
You might also like
error: Content is protected !!