ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ।
ସ୍ଥାନୀୟ ଲୋକ ଶକ୍ତି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରି ବିଫଳ ହୋଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅପରିଣାମଦର୍ଶିତା ପାଇଁ ଲୋକ ବିଜୁଳି ପାଇବାରୁ ବଞ୍ଚିତ ହେଉଥିବା ବେଳେ କାହାର ଏଥିପାଇଁ ଦୃଷ୍ଟି ପଡୁ ନଥିବା ହେତୁ ଲୋକଙ୍କ ଭିତରେ ଅସନ୍ତୋଷର ଦାନା ବାନ୍ଧୁଛି ।
