ହିନ୍ଦୋଳ ରେଞ୍ଜ ଗୋବିନ୍ଦପୁର ଗ୍ରାମ ନିକଟ କନ୍ଧରା ସଂରକ୍ଷିତ ବନାଞ୍ଚଳରେ ଏକ ହାତୀ ଶାବକର ମୃତଦେହ ମିଳିଛି । ୩-୪ ଦିନ ହେବ ହାତୀ ଶାବକ ଟିର ମୃତ୍ୟୁ ଘଟିଥିବା ର ଅନୁମାନ କରାଯାଉଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପ୍ରକୃତ କାରଣ ଜଣାପଡିଛି ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ହାତୀ ଶାବକ ଟି ୧୫ ରୁ ୨୦ ବର୍ଷ ର ହୋଇଥିବା ବେଳେ ପ୍ରାୟ ୮ ଦିନ ତଳେ କୌଣସି ଏକ ଦନ୍ତା ଆକ୍ରମଣର ଶିକାରରେ ତାର ମୃତ୍ୟୁ ହୋଇଥିବାର ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
