News
lipub
samparksetu

ଢେଙ୍କାନାଳରେ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବି

ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନୂତନ ଗୃହକୁ ସ୍ଥାନାନ୍ତରିତ ହେବା ପରେ ପୁରୁଣା ଡାକ୍ତରଖାନା ଗୃହକୁ ପୁନରୁଦ୍ଧାର କରାଯାଇ କର୍କଟ ରୋଗର ଚିକିତ୍ସାଳୟ ସ୍ଥାପନ କରାଗଲେ ଢେଙ୍କାନାଳ ଜିଲ୍ଲା ବ୍ୟତୀତ ପଡୋଶୀ ପାଞ୍ଚ ଛଅଟି ଜିଲ୍ଲାର ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲାର ସମାଜସେବୀ ଓ ଯୁବଗୋଷ୍ଠୀ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଜି ଦିନ ୧୧ଟା୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଁଞ୍ଚି ଏହି ଦାବି ପତ୍ର ଦିଆଯାଇଥିଲା। ଏହା ବ୍ୟତୀତ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ମଧ୍ୟ ଏକ ନକଲ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ସାହୁ, ବ୍ରହ୍ମାନନ୍ଦ ସାହୁ, ଅଭିଳାଷ ସାହୁ, ଅଭିଜିତ ମହାପାତ୍ର, ଅଭିନାଶ ସାହୁ, ସଙ୍ଗମ ନାୟକ, ରାକେଶ ସାହୁ, ପ୍ରେମଜିତ ରାଜ, ସୁମିତ ନାୟକ, ଦାମୋଦର ସାହୁ , ଶକ୍ତି ପଟନାୟକ ଓ ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

new life
You might also like
error: Content is protected !!