ଢେଙ୍କାନାଳ-କମାକ୍ଷାନଗର ପୂର୍ତ୍ତବିଭାଗ ରାସ୍ତାର ଦୁଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ରେଲୱେ ଓଭର ବ୍ରିଜ ଅବସ୍ଥା ବିଷୟରେ କିଛି ଦିନ ତଳେ ଆମେ ପ୍ରସାରଣ କରିଥିଲୁ ।

କାମାକ୍ଷାନଗର ଯିବା ରାସ୍ତାରେ କାମାକ୍ଷା ଛକ ଅଧା କିଲୋମିଟର ଦୂର ରଣପଶି ଠାରେ ଥିବା ଓଭର ବ୍ରିଜରେ ଯାନବାହାନ ଚଳାଚଳ ଆରମ୍ଭ ଦିନରୁ ବ୍ରିଜର ଅନେକ ସ୍ଥାନରେ କଂକ୍ରିଟ ଉଠି ଆସିବା ଦେଖିବାକୁ ମିଳିଥିଲା। ତେବେ ଖବର ପ୍ରସାରଣ ପରେ ନିଜର ଦୋଷ ଘୋଡାଇବା ପାଇଁ ବିଭାଗ ତରଫରୁ ପୂର୍ବ ଭଳି କଂକ୍ରିଟ ଉଠିଥିବା ବିଭିନ୍ନ ସ୍ଥାନରେ ତରଭରିଆ ରେ ମରାମତି କାର୍ଯ୍ୟ କରାଯାଇଛି ।
Content (C) Dhenkanalupdate
