News
lipub
samparksetu

ଖବର ପ୍ରସାରଣ ପରେ ମରାମତି ହେଲା ରାସ୍ତା

ଢେଙ୍କାନାଳ ସହର ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର ଅବସ୍ଥା ବହୁ ଦିନ ହେବ ସଂକଟାପନ୍ନ ହୋଇ ପଡ଼ି ରହିଥିଲା ।ଏନେକ ଦିନ ହେବ ଏହି ରାସ୍ତା ର କଂକ୍ରିଟ ଉଠି ବିପଦ ସଂକୁକ ଭାବରେ ଖାଲ ହୋଇ ରହିଥିଲା ।

ଏହି ରାସ୍ତା ଟି ଭାରିଯାନ ଚଳ ପ୍ରଚଳ ସହ ବ୍ୟସ୍ତ ବହୁଲ ସ୍ଥାନ ହୋଇଥିବାରୁ ଛୋଟମୋଟ ଦୁର୍ଘଟଣା ଘଟିବା ମଧ୍ୟ ଆରମ୍ଭ ହୋଇଯାଇଥିଲା ଯାହାର ଖବର ଢେଙ୍କାନାଳ ଅପଡେଟ ରେ ଗତ ଅକ୍ଟୋବର ରେ ପ୍ରକାଶ ପାଇଥିଲା ।

ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ରାସ୍ତାଟିକୁ ମରାମତି କରାଯାଇଛି , ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଢେଙ୍କାନାଳ ଅପଡେଟ ଏବଂ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!